Sun. Feb 22nd, 2026

ନ୍ୟୁଜ ଡେକ୍ସ : ପିକନିକ୍‌ ଯାତ୍ରାରେ ଯାଉଥିବା ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଆରଟିଓ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। କଟକ ତାଳବସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପିକନିକ୍‌ ଯାଉଥିବା ୪ଟି ବସ୍‌କୁ ଆରଟିଓ ଜବତ କରିଛି। ଯାଞ୍ଚ ସମୟରେ ଗୋଟିଏ ବସ୍‌ରେ ନକଲି ନମ୍ବର ପ୍ଲେଟ୍‌ ଲାଗିଥିବା ବେଳେ, ଅନ୍ୟ ୩ଟି ବସ୍‌ର କାଗଜପତ୍ର ଅସମ୍ପୂର୍ଣ୍ଣ ଓ ନିୟମ ବିରୋଧୀ ଥିବା ଜଣାପଡ଼ିଛି।

ଟ୍ରାଫିକ୍‌ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରାଙ୍କ କହିବାନୁସାରେ, ପୂର୍ବରୁ ଏହି ବସ୍‌ଗୁଡ଼ିକ ସମ୍ପର୍କରେ ସୂଚନା ମିଳିଥିଲା। ସେହି ଆଧାରରେ ବାରଙ୍ଗ ଗୋଡ଼ିସାହି କେନାଲ୍‌ କଡ଼ରେ ଚେକିଂ କରାଯାଇଥିଲା। ଯାଞ୍ଚ ସମୟରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ବହନ କରୁଥିବା ୪ଟି ବସ୍‌ରେ ଗୁରୁତର ଅନିୟମ ଧରାପଡ଼ିବା ପରେ ସେଗୁଡ଼ିକୁ ଜବତ କରାଯାଇଥିଲା।ନିୟମ ଉଲ୍ଲଂଘନ ପାଇଁ ଏହି ୪ଟି ବସ୍‌ ଉପରେ ମୋଟ ୧୨ ଲକ୍ଷ ୩୪ ହଜାର ୧୫୭ ଟଙ୍କା ଜରିମାନା ଆରୋପ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆରଟିଓ ପକ୍ଷରୁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରାଯାଇ, ବସ୍‌ ଯୋଗେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା।

ନିୟମ ଉଲ୍ଲଂଘନ ପାଇଁ ଏହି ୪ଟି ବସ୍‌ ଉପରେ ମୋଟ ୧୨ ଲକ୍ଷ ୩୪ ହଜାର ୧୫୭ ଟଙ୍କା ଜରିମାନା ଆରୋପ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆରଟିଓ ପକ୍ଷରୁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରାଯାଇ, ବସ୍‌ ଯୋଗେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା।ଏହି ଘଟଣା ପରେ ସ୍କୁଲ୍‌ ପକ୍ଷରୁ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଯାତ୍ରା ସମୟରେ ବାହନ ନିୟମ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଧିକ ସଚେତନତା ଆଣିବା ଆବଶ୍ୟକତା ଉପସ୍ଥିତ ହୋଇଛି।

Leave a Reply

Your email address will not be published. Required fields are marked *