Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୋଲ ତଳକୁ ବସ୍ ଖସି ଜଣଙ୍କ ମୃତ୍ୟୁହେବା ସହ ୪୦ ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ଖଣ୍ଡିସି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ରଣପୁର ଖଣ୍ଡିସି ଛକ ନିକଟରେ ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସିପଡିଛି। ଗୁଣ୍ଠୁଣୀ ଗାଁରୁ ପ୍ରାୟ ୪୦ରୁ ୪୫ ଜଣ କାଳିଜାଇ ଦର୍ଶନ କରିବାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଏକ ଯାତ୍ରୀବହୀ ବସ୍ ଗୁଣ୍ଠୁଣି ଗାଁରୁ ୪୦ ଜଣ ଯାତ୍ରୀଙ୍କୁ ନେଇ କାଳିଜାଇ ଯାଉଥିଲା ।

ଏହି ସମୟରେ ଜଣ୍ଡିସି ଛକରେ ପିକ୍ନିକ୍ ବସ୍ଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା । ଫଳରେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଆହତଙ୍କୁ ରଣପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ପ୍ରଥମେ ଆହତମାନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚାନ୍ଦପୁର ମେଡିକାଲରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରାଯାଇଥିଲା। ମାତ୍ର କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *