ନ୍ୟୁଜ ଡେକ୍ସ: କଟକ ଗତିରାଉତପାଟଣା ନିକଟରେ ଭୟଙ୍କର ଦୁର୍ଘଟଣା। ସିଆରଆରଆଇ ଥାନା ପଛ ମହାନଦୀ ବନ୍ଧ ରାସ୍ତାରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁଇ ଜଣ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ମୃତକଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଓ ଅନ୍ୟଜଣେ କନେଷ୍ଟବଳ ଥିବା ନେଇ ସୂଚନା ମିଳିଛି। ଗୁରୁତର ପୋଲିସ କର୍ମଚାରୀଙ୍କୁ SCBରେ ଭର୍ତ୍ତି କରାଯାଇଛି। ପିସିଆର ଗାଡିଟି CRRI ଥାନାରେ ନିୟୋଜିତ ଥିଲା। ହାଇୱା ଡ୍ରାଇଭର ଦୁର୍ଘଟଣାସ୍ଥଳରେ ଗାଡ଼ି ଛାଡ଼ି ଚମ୍ପଟ୍ ମାରିଥିଲା। ସୂଚନା ଅନୁଯାଇ, ଆଜି ମହାନଦୀ ବନ୍ଧ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ପିସିଆର୍ ଭ୍ୟାନ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପିସିଆର୍ ଗାଡି ଉପରେ ହାଇୱା ଓଲଟିପଡିବାରୁ ଗାଡ଼ି ସମ୍ପର୍ଣ୍ଣ ଭାଙ୍ଗିଯାଇଛି।
ଗାଡ଼ି ଭିତରେ ଚାପି ହୋଇ ଦୁଇ ପୋଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଲୋକନାଥ ଶବର, ହୋମ୍ଗାର୍ଡ ଜଗବନ୍ଧୁ ମାହାଳୀ ରହିଛନ୍ତି। ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ କଟକ ଷ୍ଟେସନରୁ ଧରିବା ପୋଲିସ ସଫଳ ହୋଇଛି। ହାଇୱା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
