Wed. Oct 22nd, 2025

ନ୍ୟୁଜ ଡେକ୍ସ : ଚୌଦ୍ଵାର ଟାଙ୍ଗୀ ଛକରେ ତୈଳ ଟ୍ୟାଙ୍କରକୁ ଧକ୍କା ଦେଲା ଆମବସ୍। ମଙ୍ଗଳବାର ସକାଳୁ ଚୌଦ୍ୱାରର ଟାଙ୍ଗୀ ପୋଲିସ ସୀମା ଅନ୍ତର୍ଗତ ଛତିଲାଗଡ଼ା ନିକଟରେ ଏକ ଆମ ବସ୍ ଛିଡା ହୋଇଥିବା ଟ୍ୟାଙ୍କର ସହିତ ଧକ୍କା ହୋଇଛି ।

ଫଳରେ ଅତି କମରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଅବସ୍ଥାରେ ଥିବା ବେଳେ ସେମାନଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଧକ୍କାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନା ମୁତାବକ, ବସଟି କଟକରୁ ଟାଙ୍ଗୀ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଚଟିଲୋ ଗଡା ନିକଟରେ ରାସ୍ତାରେ ଖରାପ ହୋଇ ଛିଡା ହୋଇଥିବା ଏକ ଟ୍ୟାଙ୍କର ପଛରେ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାରେ ଆମ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ, ଚୌଦ୍ବାର ଫାଇଆର ଟିମ୍ ଓ ଏନ.ଏଚ.ଆଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯିବା ସହ ହସ୍ପିଟାଲରେ ଚିକିତ୍ସା ଜାରି ରଖିଛି ।

Leave a Reply

Your email address will not be published. Required fields are marked *