ନ୍ୟୁଜ ଡେକ୍ସ : ଅଗଷ୍ଟ ୯ରେ ଆସିବ ସୁଭଦ୍ରା ଟଙ୍କା। ତୃତୃୀୟ କିସ୍ତି ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ଅଗଷ୍ଟ ୯ରେ ତୃତୀୟ କିସ୍ତି ଆସିବା ପରେ ଖୋଲିବ ସୁଭଦ୍ରା ପୋର୍ଟାଲ । ଯେଉଁମାନେ ବଞ୍ଚିତ ରହିଛନ୍ତି ସେମାନେଏହାର ଲାଭ ଉଠାଇ ପାରିବେ । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ପୁଣି ଥରେ ସର୍ଭେ ହେବ ।
ଯେଉଁମାନଙ୍କୁ ପୂର୍ବରୁ ୨୧ ବର୍ଷ ହୋଇନଥିବା ଯୋଗୁଁ ସେମାନେ ବାଦ୍ ପଡିଥିଲେ, ଏବେ ସେହି ଯୁବତୀ/ମହିଳା ଆବେଦନ କରିପାରିବେ । ଏଥିସହିତ ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ରିଟର୍ଣ୍ଣ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି ।
ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ଲିଷ୍ଟ ପଠେଇ ଦିଆଯାଇଛି । ଏହି ଆଧାରକୁ ନେଇ ପୁଣି ଥରେ ଚୟନ କରାଯିବ । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଥିଲେ।
