Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁଣି ଅଦିନରେ ଇସ୍କନ କରିବ ରଥଯାତ୍ରା । ରଥାରୂଢ଼ ଠାକୁରଙ୍କ ତ୍ରୁଟିପୂର୍ଣ୍ଣ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଲା । ଆସନ୍ତା କାଲି ଇଂଲଣ୍ଡର ଚେମସଫୋର୍ଡରେ ଆୟୋଜନ ହେବ ରଥଯାତ୍ରା । ଇସ୍କନ ତରଫରୁ ଏହି ରଥଯାତ୍ରାର ଆୟୋଜନ କରାଯାଉଥିବା ସୂଚନା । ଇସ୍କନ ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଛି।

ମହାପ୍ରଭୁଙ୍କ ପରମ୍ପରାକୁ ସମସ୍ତେ ମାନିବା ଆବଶ୍ୟ। ଓଡ଼ିଆଙ୍କ ପ୍ରତି କୁଠାରଘାତ କରିଛି ଇସ୍କନ। ବାରମ୍ବାର ବିବାଦ ସତ୍ତ୍ବେ ବିଦେଶରେ କିଭଳି ଭାବେ ଅଦିନିଆ ରଥଯାତ୍ରା ପୁଣି ଆୟୋଜେନ ହୋଇଛି ତାକୁ ନେଇ ଜଗନ୍ନାଥପ୍ରେମୀ ପ୍ରଶ୍ନ ଉଠାଇଛନ୍ତି । ସେହିଭଳି ଫେସବୁକରେ ପୋଷ୍ଟ ହୋଇଥିବା କାର୍ଡରେ ତିନି ରଥରେ ଯେଉଁ ଠାକୁରଙ୍କୁ ବସାଇବା କଥା ବସାଯାଇନାହିଁ।

ଶ୍ରୀଜଗନ୍ନାଥଙ୍କ ବଳରେ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କୁ ବସାଯାଇଛି। ତାଳଧ୍ବଜରେ ବଳଭଦ୍ରଙ୍କ ବଦଳରେ ଶ୍ରୀଜଗନ୍ନାଥ ଓ ଦର୍ପଦଳନ ରଥରେ ଦେବୀ ସୁଭଦ୍ରାଙ୍କ ବଦଳରେ ବଳଭଦ୍ର ବସିଥିବା ଫଟୋ ୟେସାର ହୋଇଛି। ବାସ୍ତବ ରଥଯାତ୍ରା ବେଳେ ଏପରି ଭୁଲ ହେଲେ ଏହା ଅକ୍ଷମଣୀୟ ବୋଲି କହିଛନ୍ତି ଜଗନ୍ନାଥ ଭକ୍ତ।

Leave a Reply

Your email address will not be published. Required fields are marked *