Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଢ଼େଲାମାଡ଼। ବନ୍ଦେ ଭାରତ ଟ୍ରେନକୁ ଢେଲାମାଡ କଲେ ଦୁର୍ବୃତ୍ତ। ପୂର୍ବରୁ ମଧ୍ୟ ନିକଟରେ ବନ୍ଦେ ଭାରତ ଟ୍ରେନ ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ଟ୍ରେନର କାଚ ମଧ୍ୟ ଭାଙ୍ଗି ଯାଇଥିଲା।

ଆଉ ଏବେ ପୁଣିଥରେ ବନ୍ଦେ ଭାରତ ଟ୍ରେନ ଉପରେ ଢ଼େଲା ମାଡ଼ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ଢେଲା ମାଡ଼ ହୋଇଥିବା କୁହାଯାଉଛି। ତେବେ ଏହି ଆକ୍ରମଣରେ ୨ଟି ବଗିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ହେଲେ ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନ ରହିଛି ।

ହେଲେ କିଏ ଏବଂ କାହିଁକି ଢେଲା ମାଡ଼ କରିଛି ତାର କୌଣସି ସୂଚନା ମିଳି ପାରିନାହିଁ ।ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବନ୍ଦେ ଭାରତ ଟ୍ରେନ ଉପରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ଟ୍ରେନର କାଚ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ସମୟରେ ସେମାନେ କୌତୁହଳ ବଶତଃ ଏହି ଢେଲାମାଡ କରିଥିବା ସ୍ବିକାର କରିଥିଲେ ।

Leave a Reply

Your email address will not be published. Required fields are marked *