ନ୍ୟୁଜ ଡେକ୍ସ : ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର(ଆଇ-କାର୍ଡ)ରେ ଲାଗିବ ଗେରୁଆ ରଙ୍ଗ। ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ(ପ୍ରଥମରୁ ୮ମ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି ।
ଏହି ଚିଠିରେ ହିଁ ସ୍କୁଲ ପିଲାଙ୍କ ଗେରୁଆ ଆଇଡି କାର୍ଡ ସମ୍ପର୍କରେ କୁହାଯାଇଛି ।ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ ପିଛା ୫୦୦ ଟଙ୍କାରେ ହଳେ ଜୋତା, ଦୁଇ ହଳ ମୋଜା ଆଉ ତା ସହିତ ଗୋଟିଏ-ଟି ସାର୍ଟ, ଟ୍ରାକ୍ ପ୍ୟାଣ୍ଟ ଆଉ ଟୋପି ଦେବେ ସରକାର । ତେବେ ଏହାସହିତ ପିଲାମାନଙ୍କ ପାଇଁ ଯେଉଁ ନୂଆ ଆଇଡି କାର୍ଡ ଡିଜାଇନ୍ କରାଯାଇଛି ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଆଗକୁ ଗେରୁଆ ଆଇ- କାର୍ଡ ପକେଇ ସ୍କୁଲ ଯିବେ । ଯେଉଁଥିରେ ତାଙ୍କ ନାଁ ସହିତ , ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଆଉ ଫୋନ୍ ନମ୍ବର ରହିବ ।
ହେଲେ ଏ ସବୁ ଭିତରେ କିନ୍ତୁ ସରକାରଙ୍କର ଏ ରଙ୍ଗ ପରିବର୍ତ୍ତନର କଥା ସବୁଠି ଚର୍ଚ୍ଚା ସୃଷ୍ଟି କରିଛି ।କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ, ବରଂ ସ୍ଲୋଗାନ୍ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ହାଇସ୍ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା। ମାତ୍ର ଏଥର ସ୍ଲୋଗାନ୍ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
