ନ୍ୟୁଜ ଡେକ୍ସ:ପୁଣି ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିରରେ ଗଜଉଦ୍ଧାରଣ ବେଶ ସମ୍ପର୍କିତ ବିଶେଷ ନୀତି ଥିବାରୁ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ଯ ବନ୍ଦ ରହିବା ନେଇ ସୂଚନା ମିଳିଛି। ଫେବ୍ରୁଆରି ୧୨ ଏବଂ ୧୩ ତାରିଖରେ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା।
ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ ବୋଲି କୁହାଯାଇଥିଲା।ସୂଚନାଯୋଗ୍ୟ, ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ଅନ୍ୟପଟେ ଆଜି ପୁରୀରେ ବସିବ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଦିନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ବିଭିନ୍ନ ପଞ୍ଜିକାରେ ତ୍ରୁଟି ନେଇ ପୂର୍ବରୁ ବିବାଦ ଦେଖାଦେଇଛି । ତେବେ ଏହି ବୈଠକରେ ନୀତି ପ୍ରଶାସକଙ୍କ ସହ ପଞ୍ଜିକାର, ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ।
