Thu. Oct 23rd, 2025

ନ୍ୟୁଜ ଡେକ୍ସ : ପବିତ୍ର ସହର ପୁରୀରେ ଖୁବଶୀଘ୍ର ଏକ ନୂତନ ପର୍ଯ୍ୟଟନ ଆକର୍ଷଣ ଯୋଗ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପୁରୀ ସମୁଦ୍ରକୂଳ ନିକଟରେ ଏକ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍ ସ୍ଥାପନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ପ୍ରକଳ୍ପର ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ଆଗ୍ରହୀ ଅନୁଷ୍ଠାନମାନଙ୍କୁ ପ୍ରସ୍ତାବ ଦେବା ଅବଧିକୁ ଆସନ୍ତା ଅକ୍ଟୋବର ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରସ୍ତାବଗୁଡିକୁ ନଭେମ୍ବର ୪ ତାରିଖରେ ଅନୁଧ୍ୟାନ କରାଯିବ ଓ ନଭେମ୍ବର ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ହେବ।

ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ନିମନ୍ତେ ଯୋଜନା କରୁଛି। ସୂଚନା ଅନୁସାରେ, ପୁରୀ ରେଳ ଷ୍ଟେସନ ନିକଟ ନୀଳାଚଳ ଅର୍ବାନ ହାଟ ସମ୍ମୁଖ ଜମିରେ ମେଗା ସାମୁଦ୍ରିକ୍‌ ଆକ୍ୱାରିୟମ ପ୍ରକଳ୍ପ କରିବାକୁ ୨୦୦୯ ଭିତ୍ତିପ୍ରସ୍ତର ପଡ଼ିଥିଲା।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିତ୍ତିପ୍ରସ୍ତର ଦେଇଥିଲେ। ଦୁବାଇ ଭଳି ସହରରେ ଥିବା ସାମୁଦ୍ରିକ ମେରାଇ ଆକ୍ୱାରିୟମ ପ୍ରକଳ୍ପ ଅନୁରୂପ ପ୍ରକଳ୍ପକୁ ଏଠାରେ କରିବାକୁ ଯୋଜନା ଥିଲା। ଏହି ସ୍ଥାନ ସମୁଦ୍ରକୂଳ ଠାରୁ ମାତ୍ର ୨୦୦ ମିଟର ଦୂର। ଏଥିନିମନ୍ତେ ୫ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା। ହେଲେ ପ୍ରକଳ୍ପ ହୋଇପାରିଲା ନାହିଁ।

Leave a Reply

Your email address will not be published. Required fields are marked *