Wed. Oct 22nd, 2025

ନ୍ୟୁଜ ଡେକ୍ସ : ଆସନ୍ତାକାଲି ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତମାନଙ୍କ ଭିଡ଼ ହେବା ଅନୁମାନ କରି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରମ୍ପରାଅନୁସାରେ ଏହି ଦିନ ଶ୍ରଦ୍ଧାଳୁମାନେ ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି “ବଡ଼ବଡ଼ିଆ” ଡାକିବେ।

ଏହି ପାଇଁ ସିଂହଦ୍ଵାର ଠାରେ ମୋଟ ଚାରିଟି ସ୍ଥାନ ନିରୂପଣ କରାଯାଇଛି, ଯେଉଁଠି ଭକ୍ତମାନେ ଶୃଙ୍ଖଳିତ ଭାବରେ ଅନୁଷ୍ଠାନ କରିପାରିବେ।ଏହି ବ୍ୟବସ୍ଥା ୨୦ ଓ ୨୧ ତାରିଖ ଦୁଇଦିନ ପାଇଁ ଲାଗୁ ରହିବ। ଭକ୍ତମାନଙ୍କ ସୁରକ୍ଷା ଓ ଯାତାୟାତ ନିୟନ୍ତ୍ରଣ ପାଇଁ ୨୮ ପ୍ଲାଟୁନ ପୋଲିସ ଫୋର୍ସ, ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି ଓ ୧୪ ଇନ୍ସପେକ୍ଟର ମୁତୟନ ହେବେ।

ପୁରୀ ପୋଲିସ ଜଣାଇଛନ୍ତି ଯେ, ଭକ୍ତମାନଙ୍କ ସୁବିଧା ଓ ନିରାପଦ ପରିବେଶ ପାଇଁ ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଭୋର ୪ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ।

Leave a Reply

Your email address will not be published. Required fields are marked *