Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁରୀରେ ବଡ ଅଘଟଣ । ବସ୍ରେ ଭୟଙ୍କର ନିଆଁ । ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍। ମଙ୍ଗଳବାର ସକାଳୁ ମାଳିପାଟପୁର ବସଷ୍ଟାଣ୍ଡରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍ଟି ଆସି ରହିଥିଲା । ଯେତେବେଳେ ବସ୍ଟି ବାହାରକୁ ଆସିଲା ହଠାତ ଏଥିରେ ନିଆଁ ଲାଗିଯାଇଥିଲା ।

ରାସ୍ତା ଉପରେ ବସ୍ଟି ହୁତୁହୁତୁ ହୋଇ ଜଳିଯାଇଥିଲା । ନିଆଁ ଲାଗିବା ସମୟରେ ବସ୍ରେ କେହି ପର୍ଯ୍ୟଟକ ନଥିଲେ । ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସେହିପରି ଆଜି ସକାଳୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟେ ଅଗ୍ନିକାଣ୍ଡ ଘଟିଥିଲା।

ହୁତୁ ହୁତୁ ହୋଇ ଜଳିଗଲା ପୁରୁଣା ବ୍ୟାରିକେଡ।ଲୁହା ଓ ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡରେ ନିଆଁ ଲାଗିବାରୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ହେଲେ କାହାର କିଛି କ୍ଷତି ଘଟିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave a Reply

Your email address will not be published. Required fields are marked *