Sat. Feb 21st, 2026

ନ୍ୟୁଜ ଡେକ୍ସ : ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ୍ କାର ପାର୍କିଂରେ ଅଘଟଣ ଘଟିଛି। ପାର୍କିଂର ପ୍ରଥମ ମହଲାରୁ ଏକ ବୋଲେରୋ ଗାଡ଼ି ତଳକୁ ଖସି ପଡ଼ିବାରୁ ଗାଡ଼ିଟି ସମ୍ପୂର୍ଣ ଭାଙ୍ଗିଯାଇଛି। ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇ ପୁରୀ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି।

ସୂଚନା ମୁତାବକ, ରବିବାର ଦିନ ପୁରୀ ସ୍ଥିତ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଘଟିଛି ବଡ଼ ଧରଣର ଅଘଟଣ ।ଏକ କାର୍ ପାର୍କିଂ କରୁଥିବା ସମୟରେ ହଠାତ୍ ତଳକୁ ଖସିପଡିଥିଲା । ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡିଥିଲା କାର୍ ।

ଯାହାଫଳରେ କାର୍ରେ ଥିବା ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଡ୍ରାଇଭରଙ୍କ ଘର ଭଦ୍ରକ ଧାମରା ଅଞ୍ଚଳର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *