Mon. Feb 23rd, 2026

ନ୍ୟୁଜ ଡେକ୍ସ : ପୁରୀ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଓ ମର୍ମାନ୍ତିକ ଘଟଣା ସାମ୍ନାକୁ ଆସିଛି। ବ୍ରହ୍ମଗିରି ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ତାଙ୍କ ନିଜ ଘରେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପୀଡିତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଘରେ ଉପସ୍ଥିତ ନଥିଲେ। ଏହି ସୁଯୋଗରେ ଜଣେ ବ୍ୟକ୍ତି ଜୋରଜବରଦସ୍ତ ଘରେ ପ୍ରବେଶ କରି ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।ଘଟଣା ସମ୍ପର୍କରେ ଜାଣିବା ପରେ ପୀଡିତାଙ୍କ ପରିବାର ସଦସ୍ୟମାନେ ସ୍ଥାନୀୟ ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ଅଭିଯୋଗ ପାଇଁ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ, ପୋଲିସ ପକ୍ଷରୁ କୁହାଯାଇଛି ଯେ ଘଟଣା ସମ୍ପର୍କରେ ଅଧିକ ଆଇନଗତ ପ୍ରକ୍ରିୟା ଜାରି ରହିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

Leave a Reply

Your email address will not be published. Required fields are marked *