ନ୍ୟୁଜ ଡେସ୍କ: ପୁରୀ ଶ୍ରୀମନ୍ଦିର ଅବଢାର ମାନ ଯାଞ୍ଚ ହେବ। ଶୁକ୍ରବାର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢାର ମାନ ଯାଞ୍ଚ ହେବ। ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଏଥିପାଇଁ ଆଇନ ମନ୍ତ୍ରୀ ପୃଥିରାଜ ଚୌହାନ କହିଛନ୍ତି, ତିରୁପତି ଘଟଣା ପରେ ସରକାର ସଜାଗ ଅଛନ୍ତି । ଶ୍ରୀମନ୍ଦିରରେ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହିତ ଖୁବ ଶୀଘ୍ର ଫୁଡ୍ ଇନସ୍ପେକ୍ଟର ନିଯୁକ୍ତ କରାଯାଇ ମହାପ୍ରଭୁଙ୍କର ରୋଷ ଘରକୁ ଯାଉଥିବା ସମସ୍ତ ସାମଗ୍ରୀ ସାମଗ୍ରୀ ଏବଂ ଅବଢାର ମାନ ଯାଞ୍ଚ ହେବ ।
ଏଥିସହିତ ମହାପ୍ରସାଦ ଲାଗି ବ୍ୟବହୃତ ହେଉଥିବା ଘିଅର ମାନ ମଧ୍ୟ ଯାଞ୍ଚ ହେବ । ଏଥିପାଇଁ ଫୁଟ୍ ଇନସ୍ପେକ୍ଟର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
