ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା। ତାହା ପୁଣି ଚଷମାରେ। ଏତେ ଚେକିଂ ସତ୍ତ୍ୱେ ମନ୍ଦିର ଭିତରକୁ କ୍ୟାମେରା ନେଇ ପଶିଗଲେ ଯୁବକ। ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ମଧ୍ୟ ସେହି କ୍ୟାମେରାରେ କଏଦ କରିଥିଲେ।ପୋଲିସର ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ନିଜ ଚଷମାରେ ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା ।
ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା । ବେହରଣ ଦ୍ଵାର ନିକଟରେ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ କରି ପୋଲିସ ତାଙ୍କୁ ଧରି ସିଂହଦ୍ୱାର ଥାନାର କଣ୍ଟ୍ରଲ ରୁମରେ ଜିମା ଦେଇଛନ୍ତି ।ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇଲେ ସେନେଇ ପଚରା ଉଚରା ସହ ଘୋଳତାଡ ଆରମ୍ଭ କରିଛି ପୋଲିସ ।
ଏହି ଖବର ପ୍ରସାରିତ ହେବା ପରେ ଜଗନ୍ନାଥପ୍ରେମୀ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।ଅନ୍ୟପଟେ, ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସଆଇ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଫଟୋ ପୋଷ୍ଟ କରିଥିଲା ।
