Sun. Feb 22nd, 2026

ନ୍ୟୁଜ ଡେକ୍ସ : ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ନିମନ୍ତେ ପୁରୀ ସମୁଦ୍ର ଉପକୂଳରେ ଏକ ବିଶେଷ କଟକଣା ଲାଗୁ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୧, ୨୦୨୫ ରୁ ମେ ୩୧, ୨୦୨୬ ପର୍ଯ୍ୟନ୍ତ ମାଛ ଧରା ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି ହେବ। ଏହି ୭ ମାସିଆ ନିଷେଧ ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ଓ ପ୍ରଜନନ ସୁରକ୍ଷା ଦେବା ପାଇଁ ଲାଗୁ ହୋଇଛି।ପାଣିପାଗ ଓ ବନ ବିଭାଗ ସୂଚନା ଅନୁଯାୟୀ, ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛ ବଙ୍ଗୋପସାଗର ଉପକୂଳକୁ ଆସି ସମାଗମ କରିଥାନ୍ତି।

ଏଣୁ ପୁରୀର ଦେବୀ ଓ କେଳୁଣି ନଦୀ ମୁହାଣରୁ ୫ କିଲୋମିଟର ଯାଏ ଅଞ୍ଚଳକୁ ‘ନିଷିଦ୍ଧଞ୍ଚଳ’ ଘୋଷିତ କରାଯାଇଛି। ଏହି ଅଞ୍ଚଳରେ କୌଣସି ଟ୍ରଲର, ଡଙ୍ଗା କିମ୍ବା ଯନ୍ତ୍ର ଚାଳିତ ମାଡ଼ରେ ମାଛ ଧରାକୁ ଅନୁମତି ନ ରହିବ। ସମୁଦ୍ର କୂଳରୁ ୨୦ କିଲୋମିଟର ସମୁଦ୍ର ଭିତର ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ନିଷିଦ୍ଧ ରହିବ।ତେବେ, ପୂର୍ବବର୍ଷଗୁଡ଼ିକରେ ଅନେକ ଟ୍ରଲର ଚାଳକ ଏହି ନିୟମ ଉଲଘଂନ କରି ନିଷିଦ୍ଧ ଅଞ୍ଚଳରେ ମାଛ ଧରିଥିବାରୁ ଅନେକ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ଘଟିଥିଲା।

ଏହି ବର୍ଷ ସେହି ଦୁର୍ଘଟନା ନ ଘଟେ ଭାବେ, ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ୍ ପୋଲିସ ଓ ସାଗର ମିତ୍ର ମିଳି ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ଏଥିରେ ସମୁଦ୍ର ଉପକୂଳରେ ପେଟ୍ରୋଲିଂ ବୃଦ୍ଧି, ବେଆଇନ ଟ୍ରଲର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ଓ କଇଁଛ ଅଣ୍ଡା ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ନେବା ନେଇ ଆଲୋଚନା ହୋଇଛି।

Leave a Reply

Your email address will not be published. Required fields are marked *