Sun. Feb 22nd, 2026

ନ୍ୟୁଜ ଡେକ୍ସ: ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା। ଏପରି ଏକ ଅଘଟଣ ଆଜି ସକାଳେ ପୁରୀରେ ଘଟିଛି ।

ନିଖୋଜ ଯୁବକଜଣକ ଯାଜପୁର ଜିଲ୍ଲା ବିଞ୍ଛାରପୁର ବ୍ଲକ ଉତ୍ତମପୁର ଅଞ୍ଚଳର ପ୍ରିୟାଂଶୁ ବେହେରା ବୋଲି ଜଣାଯାଇଛି। ସୂଚନା ଅନୁଯାଇ, ଯାଜପୁର ବିଞ୍ଝାରପୁରୁ ବ୍ଲକ ଉତ୍ତମପୁର ଗ୍ରାମର ପ୍ରିୟାଂଶୁ ବେହେରା ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ।। ଦିଗବାରେଣି ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ ହଠାତ୍ ଭାସି ଗଲେ ପ୍ରିୟାଂଶୁ।

ସାଙ୍ଗକୁ ଭାସୁଥିବା ଦେଖି ଲାଇଫଗାର୍ଡ ଡାକ ପକାଇଥିଲେ ବନ୍ଧୁ। ହେଲେ ସେତେ ବେଳକୁ ଯୁବକ ଜଣ ମହୋଦଧିରେ ନିଖୋଜ ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *