Wed. Oct 22nd, 2025

ନ୍ୟୁଜ ଡେକ୍ସ : ଆସୁଛି ଦଶହରା ପୂଜା। ବୁଲାବୁଲି ସାଙ୍ଗକୁ ଜମିବ କିଣାବିକା। ଏହି ସବୁ ଦୃଷ୍ଟିରେ ରଖି ପୂଜା ପାଇଁ ଆଗୁଆ ମିଳିବ ଦରମା। ପୂଜା ପାଇଁ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା। ସମସ୍ତ ସରକାରୀ କର୍ମଚାରୀଙ୍କୁ ୨୬ ତାରିଖରେ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ଦେବାକୁ ହୋଇଛି ନିର୍ଦ୍ଦେଶ।ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ମିଳୁଥିବା ବେଳେ, ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ।

ଦଶହରା ପରି ପାର୍ବଣ ୠତୁରେ ବିଭିନ୍ନ ସାମଗ୍ରୀ କିଣାକିଣି ହୋଇଥାଏ ଏବଂ ଏବର୍ଷ GST 2.0 ସଂସ୍କାର ପରେ ସାରା ଦେଶରେ ବଚତ୍ ଉତ୍ସବ ମଧ୍ୟ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା ୨୬ ତାରିଖ ସୁଦ୍ଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *