Fri. Oct 24th, 2025

ନ୍ୟୁଜ ଡେସ୍କ: ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ l କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ, ଆଜି ମଙ୍ଗଳବାର ରାତିରେ ଧନେଶ୍ବରଙ୍କ ଛାତିରେ ଭୀଷଣ ଯାନ୍ତ୍ରଣା ହୋଇଥିବାରୁ ତାଙ୍କ ଦୁଇ ପୁତୁରା ତାଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l

ସେଠାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି l ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ଥରର ବିଧାୟକ ଧନେଶ୍ୱର ମାଝୀ l ୧୯୭୧ ଏବଂ ୧୯୭୪ ଯାଏଁ ନର୍ଲା ବିଧାୟକ ଭାବେ ନିର୍ବାଚିତ ହେଇଥିଲେ ଶ୍ରୀ ମାଝୀ l ପରେ ୧୯୭୮ ରୁ ୧୯୮୪ ଯାଏଁ ରାଜ୍ୟସଭା ସାଂସଦ ହୋଇଥିଲେ l

ସେହିଭଳି ୨୦୦୦ ଏବଂ ୨୦୦୪ ଯାଏଁ ବିଜେପିରୁ କେସିଙ୍ଗା ବିଧାୟକ ଭାବେ ନିର୍ବାଚିତ ହେଇଥିବା ଶ୍ରୀ ମାଝୀ ପରେ ପୁଣିଥରେ ୨୦୧୪ ରୁ ୧୯ ଯାଏଁ ବିଜେଡି ଟିକେଟ ରେ ନର୍ଲା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ଶିକ୍ଷକତା ଛାଡ଼ି ରାଜନୀତିକୁ ପ୍ରବେଶ କରିଥିବା ଶ୍ରୀ ମାଝୀ ଜିଲାରେ ଦୀର୍ଘ ଦଶନ୍ଧି ଧରି ସକ୍ରିୟ ଥିଲେ । ତେବେ ୨୦୦୯ ମସିହା ରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *