Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଉ ନାହାନ୍ତି ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ । କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ପରଲୋକ ହୋଇଛି । ୭୬ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଥିଲେ ।

୨ ଥର ବିଜେପି ଓ ଥରେ ବିଜେଡ଼ିରୁ ନିର୍ବାଚିତ ହୋଇଥିଲେ ।୧୯୭୭ରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ । ତେବେ ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମଲ୍ଟି ଅର୍ଗାନ ଫେଲ କାରଣରୁ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି (ଗୁରୁବାର) ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା । ଆଜି (ଶୁକ୍ରବାର) ଭୋରୁ ତାଙ୍କର ଦେହାନ୍ତ ହୋଇଛି ।

୧୯୪୮ ଜୁନ୍ ୧ ଢେଙ୍କାନାଳ ଜିଲ୍ଲା ଭୁବନରେ ଜନ୍ମଗ୍ରହଣ କରିଥିଲେ ପ୍ରସନ୍ନ । ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ରାଜ୍ୟରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୧୯୭୭ରେ ପ୍ରଥମ ଥର ପ୍ରସନ୍ନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ବିଜୟୀ ହୋଇଥିଲେ । ୧୯୯୦ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଶେଷ ଥର ପାଇଁ ୨୦୨୪ରେ ବିଜେପି ଦଳକୁ ଟିକେଟ୍ ପାଇଥିଲେ ହେଲେ ହାରିଯାଇଥିଲେ । ଜଣେ ରାଜନେତା ଓ ସାମାଜିକ କର୍ମୀ ଭାବେ ସେ ଜନତାଙ୍କ ହୃଦୟରେ ଘର କରିଥିଲେ । ଆଜି ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *