Thu. Oct 23rd, 2025

ନ୍ୟୁଜ ଡେକ୍ସ: ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ବାପା ନବ ଦାସଙ୍କୁ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ଏବଂ ଭାଇ ବିଶାଲଙ୍କୁ ଛତିଶଗଡ଼ରେ ଅଟକ ରଖିବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଛନ୍ତି ଦୀପାଳି। ସେ କହିଛନ୍ତି ”ମିଡିଆରେ ଏକତରଫା ଖବର ପରିବେଷଣ ହେଉଛି। ମୋ ଉପରେ, ମୋ ପରିବାର ଉପରେ ଆକ୍ଷେପ କରୁଛନ୍ତି। ତେବେ ପୂର୍ବରୁ ଆଇନ ମନ୍ତ୍ରୀଙ୍କ ସମେତ ଅନେକ ବିଜେପି ନେତା ଦୀପାଳିଙ୍କୁ ସମାଲୋଚନା କରିଥିଲେ । ପୂର୍ବ ସରକାର ଥିବା ବେଳେ ସରକାରୀ ଦଳରେ ରହିଥିଲେ ଦୀପାଳି ।

ତାଙ୍କ ବାପାଙ୍କ ମୃତ୍ୟୁର ସେତେବେଳେ କିଛି ଠୋସ୍ କାରଣ ଜଣାପଡିନଥିବା ବେଳେ ଏଥିରେ ଅଧିକ ଚାପ ନଦେଇ ୨ ବର୍ଷ ହେଲା ଚୁପ୍ ବସିଥିଲେ ଦୀପାଳି । ହେଲେ ଏବେ ଦୀପାଳି ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି । ସୂଚନାଥାଉକି, ଗତ ସପ୍ତାହରେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହୋଇଥିଲେ ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନା ପାଇ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ପିଆରଆଇ ମେମ୍ବରମାନଙ୍କୁ ଆଣିବା ପାଇଁ ଛତିଶଗଡ଼ ଯାଇଥିଲେ l

ତେବେ ରାତି ୨ଟାରେ ବିଶାଲ ସେଠାକୁ ପହଞ୍ଚିବା ପରେ ପୋଲିସ ପିଆରଆଇ ମେମ୍ବରଙ୍କ ସହ ବିଶାଲ ଦାସଙ୍କୁ ମଧ୍ୟ ଅଟକ କରିଥିବା ଦୀପାଳି ଅଭିଯୋଗ କରିଥିଲେ l ଅବଶ୍ୟ ପରେ ବିଶାଲ ଦାସ ଓ ଅନ୍ୟ ସହଯୋଗୀଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ । ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଲା ପୋଲିସ । ବିଶାଲ ଓ ଅନ୍ୟମାନଙ୍କୁ ଛାଡିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

Leave a Reply

Your email address will not be published. Required fields are marked *