Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଧାୟକମାନେ ବର୍ତ୍ତମାନ ସ୍ମାର୍ଟ ହେବେ। ବିଧାନସଭାରେ ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ। ବିଧାନସଭାର ୧୪୭ ବିଧାୟକଙ୍କ ଆସନ ସାମ୍ନାରେ ଲାଗିଲା ଟ୍ୟାବ। ଏବେ ପେପର ବଦଳରେ ଟ୍ୟାବରେ ପଢିବେ ବିଧାୟକ । ଏଥିପାଇଁ ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଟ୍ୟାବ୍ ଲାଗିଛି ।

ଏଥର ବିଧାନସଭାରେ କୌଣସି ପ୍ରଶ୍ନୋତ୍ତର କିମ୍ବା କୌଣସି ପ୍ରସ୍ତାବ ଏବେ ଟ୍ୟାବ୍ ଦେଖି ପଢିବେ ବିଧାୟକ । ଏଥିପାଇଁ ନେଭା ତରଫରୁ ବ୍ୟବସ୍ଥା କରାଯାଇଛି ।ନେଭା ରତଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଛି। ଅନ୍ୟପଟେ ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି। ସେପଟେଆସନ୍ତାକାଲି ଠାରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ ।

ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସବୁ ଦଳର ବିଧାୟକ ଉପସ୍ଥିତ ରହିଥିଲେ । ଗୃହକୁ କିପରି ସୁପରିଚାଳନା କରାଯିବ ସେନେଇ ଆଲୋଚନା ହୋଇଛି । ଅନ୍ୟପଟେ ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ବଜେଟ ଅଧିବେଶନରେ ଉପସ୍ଥିତ ରହିବା ପାଇଁ ଆମନ୍ତ୍ରଣ ଦେିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *