Sat. Feb 21st, 2026

ନ୍ୟୁଜ ଡେକ୍ସ : ପୋଲିସ୍‌ ସବ୍‌ ଇନ୍ସପେକ୍ଟର୍‌ (ଏସଆଇ) ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାକୁ କେନ୍ଦ୍ର କରି ବିଜେଡି ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛି। ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ ବଡ଼ ବଡ଼ ବ୍ୟକ୍ତିଙ୍କ ହାତ ରହିଛି।

ଜାଲିଆତି ପ୍ରକାଶରେ ଆସିବା ପରେ, ଯୁବମାନଙ୍କ ଭବିଷ୍ୟତ୍‌ ସହିତ ଖେଳ କରାଯାଇଥିବା ଅଭିଯୋଗ ବିଜେଡି ଉଠାଇଛି। ଏନେଇ ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ‘ଗତ ୧୫ ମାସରେ ଷୋହଳଟି ନିଯୁକ୍ତି ପରୀକ୍ଷା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି, ଯାହା ଯୋଗୁ ନିଯୁକ୍ତି ଆଶାୟୀ ମାନେ ହତାଶ ହୋଇଛନ୍ତି।ପୋଲିସ ଏସଆଇ ପଦବୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରା ଯାଇଥିଲା।

ଏହାକୁ ଅକ୍ଟୋବର ୭ ଓ ୮ରେ କରିବା ପାଇଁ ସ୍ଥିର କରା ଯାଇଥିଲା, ଯାହାକୁ ୩୦ ସେପ୍ଟେମ୍ବର ଦିନ ଆଉଥରେ ବାତିଲ କରା ଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ୧୧୭ ଜଣ ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମ ପୋଲିସ ଦ୍ୱାରା ଗିରଫ କରା ଯାଇଛି। ଲାଞ୍ଚ ଦେବା ଅଭିଯୋଗରେ ପରୀକ୍ଷାର୍ଥୀ ମାନେ ଯଦି ଗିରଫ ହେଲେ, ତାହେଲେ ଲାଞ୍ଚ ଗ୍ରହଣ କରିଥିବା ବ୍ୟକ୍ତିମାନେ କାହିଁକି ଗିରଫ ହେଉ ନାହାନ୍ତି? ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *