Sat. Oct 25th, 2025

ନ୍ୟୁଜ ଡେକ୍ସ : ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ୱାଇ ବି ଖୁରାନିଆଙ୍କ ମା’ କମଲେଶ ଖୁରାନିଆଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକ ବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି, “ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆଙ୍କ ମାଆ କମଲେଶ ଖୁରାନିଆଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ । ପାର୍ବଣ ସମୟରେ ମା’ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଥିବା ବେଳେ ଆପଣଙ୍କ ମା ‘ଙ୍କ ଦେହାନ୍ତ ଖୁବ ଦୁଃଖଦାୟକ। ଏହି ଦୁଃଖଦ ସମୟକୁ ସାମନା କରିବାକୁ ମା’ ଦୁର୍ଗା ଆପଣଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।

ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆତ୍ମାର ଶାନ୍ତି ଓ ସଦଗତି କାମନା କରୁଛି।’ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ମାଆ କମଲେଶ ଖୁରାନିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି । ଓଁ ଶାନ୍ତି।’

Leave a Reply

Your email address will not be published. Required fields are marked *