Sat. Feb 21st, 2026

ନ୍ୟୁଜ ଡେସ୍କ: ସୁଭଦ୍ରା ଯୋଜନା କୁ ନେଇ ଲୋକେ ହନ୍ତସନ୍ତ । ଗତ କିଛି ଦିନ ପୂର୍ବେ ବାଲେଶ୍ୱର ଜିଲ୍ଲା ସୋର ପୋଷ୍ଟ ଅଫିସ ପରିସରରେ ଭିଡ ଯୋଗୁଁ ଦଳା ଚଟକା ହେବାର ଖବର ମିଳିଥିଲା।ଏମିତି ପରିସ୍ଥିତି ହେଲା ଯେ ପୋଲିସ୍ ଆସି ପରିସ୍ଥିତି କୁ ସମ୍ଭାଳିଥିବାର ଦେଖିବାକୁ ମିଳିଥିଲା ।

ସେହିପରି ଆଜି ସୋର ଅନନ୍ତପୁର SBI ଶାଖାରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଜମାଖାତାରେ ଫୋନ ନଂ ଯୋଡିବା ପାଇଁ ସକାଳେ ବ୍ୟାଙ୍କ୍ ଖୋଲିବା ପୂର୍ବରୁ ପ୍ରବଳ ଭିଡ଼ ଦେଖାଦେଇଥିଲା । ବ୍ୟାଙ୍କ୍ ଖୋଲିବା ମାତ୍ରେ ଲୋକେ କୁପନ୍ ପାଇବା ପାଇଁ ଠେଲାପେଲା ହୋଇଥିଲେ ।ବ୍ୟାଙ୍କ୍ ପ୍ରତ୍ୟେକଦିନ 40 ଟି କୁପନ୍ ଦେଉଥିଲେ।ଯେଉଁ ମାନଙ୍କର ସେହିଦିନ ବ୍ୟାଙ୍କ ଖାତା କାମ କରିପାରିବେ।ଏହି କୁପନ ପାଇବାକୁ ହିତାଧିକାରିଙ୍କ ମଧ୍ୟରେ ଭିଡ ସହ ଠେଲାପେଲା ଦେଖିବାକୁ ମିଳିଛି।

ବ୍ୟାଙ୍କ୍ ଆଗରେ ପ୍ରାୟ 200 ରୁ ଉର୍ଦ୍ଧ ଲୋକେ ଅପେକ୍ଷା ରେ ରହିଥିଲେ ।ବ୍ୟାଙ୍କ୍ ଖୋଲିବା ପରେ କୁପନ୍ ଦେବାକୁ ନେଇ ଠେଲାପେଲା ହୋହାଲ୍ଲା ଦେଖିବାକୁ ମିଳିଥିଲା ।କିଛି ଲୋକେ ଅପେକ୍ଷା କରି କୁପନ୍ ପାଇ ନଥିବା ବେଳେ କିଛି ମୁଷ୍ଟିବହୁଳ ଠେଲାପେଲା କରି କୁପନ୍ ନେଇଥିଲେ ତାହାକୁ ନେଇ କିଛି ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *