ନ୍ୟୁଜ ଡେକ୍ସ: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ପଦଚ୍ୟୁତ ହୋଇଛନ୍ତି। ଶାନ୍ତିମଞ୍ଜରୀ ଦେଇ ଅଯୋଗ୍ୟ ଘୋଷିତ ହେବା ସହ ତାଙ୍କୁ ତତ୍କାଳ କାର୍ଯ୍ୟରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଶାନ୍ତିମଞ୍ଜରୀ ଦେଇଙ୍କୁ ବହିଷ୍କାର କଲେ ସରକାର। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।
ରାଜ୍ୟପାଳଙ୍କ ଆଦେଶ ଅନୁଯାୟୀ ଚିଠି ଜାରି କରାଯାଇଛି। ଗତ ନଭେମ୍ବରରେ କାର୍ଯ୍ୟରେ ଅନୀୟମିତତା ନେଇ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ନୋଟିସକୁ ନେଇ ଶାନ୍ତ ମଞ୍ଜରୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଡିସେମ୍ବର ୧୧ରେ ହାଇକୋର୍ଟ ଆବେଦନ ଖାରଜ କରି ୭ ଦିନରେ ଉତ୍ତର ରଖିବାକୁ କହିଥିଲେ ।
ନାଚୁରାଲ ଜଷ୍ଟିସରେ ୨୫ ତାରିଖରେ ଶାନ୍ତିମଞ୍ଜୁରୀଙ୍କୁ ପକ୍ଷ ରଖିବାର ସୁଯୋଗ ନଗରଉନ୍ନୟନ ବିଭାଗ ଅଦାଲତରେ ମିଳିଥିଲା । କିନ୍ତୁ ତାଙ୍କ ଉତ୍ତର ସନ୍ତୋଷ ଜନକ ନ ହେବା କାରଣରୁ, ବିଭାଗ ପକ୍ଷରୁ ତାଙ୍କୁ ବହିଷ୍କୃତ କରାଯାଇଛି । ଗତକାଲି ପଦବୀରୁ ଶାନ୍ତିମଞ୍ଜରୀଙ୍କଚୁ ବିଦା କରାଯାଇଥିବା ସୂଚନା ।
