ନ୍ୟୁଜ ଡେକ୍ସ : ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ସପ୍ଲିମେଣ୍ଟାରୀରେ ପାସ୍ ହାର ୫୬.୨୩ ପ୍ରତିଶତ ରହିଥିବା ବେଳେ ଓପନ୍ ସ୍କୁଲ୍ରେ ପାସ୍ ହାର ୫୫.୨୬ ପ୍ରତିଶତ ରହିଛି ।ସୂଚନାଥାଉକି, ୩୪୫୭ ଜଣ ଫର୍ମ ପୂରଣ କରିଥିଲେ ।
ସେମାନଙ୍କ ମଧ୍ୟରୁ ୧୯୮୩ ଜଣ ପାସ ହୋଇଛନ୍ତି। ଏଥିସହ ଷ୍ଟେଟ୍ ଓପନଡ଼୍ ସ୍କୁଲ୍ ସାର୍ଟିଫିକେଟ୍ରେ ୫୯୭୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ପାସ୍ ହାର ୫୫.୨୬ ରହିଛି । ଅପରାହ୍ଣ ୨ଟା ପରେ ଅନ୍ଲାଇନ୍ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ସେହିପରି ମୋବାଇଲରେ ୦୧୦୨୧୦ ଲେଖି ନିଜ ରୋଲ୍ ନମ୍ବର ଲେଖି ୫୬୭୬୭୩୦କୁ ପଠାଇ ପରିକ୍ଷାର୍ଥୀ ମାନେ ନିଜ ରେଜଲ୍ଟ ଜାଣି ପାରିବେ ।
ଏହା ଛଡା www.bseodisha.ac.inରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ । ସପ୍ଲିମେଣ୍ଟାରୀ ଓ ଓପନ୍ ସ୍କୁଲ ପରୀକ୍ଷାର୍ଥୀ ମାନେ ଚଳିତ ବର୍ଷ ସାମ୍ସ ୱେବସାଇଟରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।

