ନ୍ୟୁଜ ଡେକ୍ସ: ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ । କଳା ବିଜ୍ଞାନ ବାଣିଜ୍ୟ ବିଭାଗରେ ଟପ ୱାନରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ବିଜ୍ଞପ୍ତି ଅନୁଯାୟୀ, ଚୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୧,୭୫,୭୨୨ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି।ମଞ୍ଜୁରୀପ୍ରାପ୍ତ ୨,୭୪,୫୦୯ ଆସନ ବିରୁଦ୍ଧରେ ମୋଟ ୨,୬୫,୫୯୦ ଜଣ ଆବେଦନ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୭୦,୭୪୫ ପୁରୁଷ, ୧,୦୪,୯୬୭ ମହିଳା ଏବଂ ଟ୍ରାନ୍ସଜେଣ୍ଡର ୧୦ ଜଣ ଅଛନ୍ତି।କଳା ବିଭାଗ: ୯୨.୮୦% ରେଭେନ୍ସା ବିଶ୍ୱବିଦ୍ୟାଳୟ (ରାଜନୀତି ବିଜ୍ଞାନ)ବିଜ୍ଞାନ ବିଭାଗ: ୯୩.୬୭% ରେଭେନ୍ସା ବିଶ୍ୱବିଦ୍ୟାଳୟ (ପଦାର୍ଥ ବିଜ୍ଞାନ)୯୪.୦୦% ରେଭେନସା ବିଶ୍ୱବିଦ୍ୟାଳୟ (ପ୍ରାଣୀ ବିଜ୍ଞାନ)
ବାଣିଜ୍ୟ ବିଭାଗ: ୯୦.୫୦% ପ୍ରତିଶତ ରେଭେନ୍ସା ବିଶ୍ୱବିଦ୍ୟାଳୟଶାସ୍ତ୍ରୀ ବିଭାଗରେ ଓମ ମା ସରସ୍ୱତୀ ସଂସ୍କୃତ (ଡିଗ୍ରୀ) କଲେଜ, ରାଜଗାଙ୍ଗପୁର 68.67% ପ୍ରତିଶତସେଲ୍ଫ ଫାଇନାନ୍ସ କୋର୍ସ ବିଭାଗରେ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂଶାସିତ) କଲେଜ 88.83% ପ୍ରତିଶତ (କମ୍ପ୍ୟୁଟର ସାଇନ୍ସ)ଆଇନ ବିଭାଗ ୟୁନିଭରସିଟି ଲ କଲେଜ ଉତ୍କଳ ବିଶ୍ୱବିଦ୍ୟାଳୟ 87.80 ପ୍ରତିଶତ (5 ବର୍ଷ ଇଣ୍ଟିଗ୍ରେଟେଡ୍ B.A.LL.B) ସ୍ଥାନ ପାଇଛି ।

