Tue. Feb 24th, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ପକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ ପାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି ହୋଇଥିବା ଏହି ତାଲିକା ଅନୁଯାୟୀ, ଆସନ୍ତା ବର୍ଷ ସରକାରୀ କର୍ମଚାରୀମାନଙ୍କ ପାଇଁ ମୋଟ ୨୯ଟି ସରକାରୀ ଛୁଟି ଘୋଷଣା ହୋଇଛି। ଏଥିରେ ବିଭିନ୍ନ ପୂଜା ପାର୍ବଣ, ଜାତୀୟ ଦିବସ ଓ ରାଜ୍ୟ ସ୍ତରୀୟ ଅବସର ଅନ୍ତର୍ଭୁକ୍ତ ରହିଛି।

ତେବେ, ଏହି ଛୁଟିମାନଙ୍କ ମଧ୍ୟରୁ ୬ଟି ଛୁଟି ଦ୍ୱିତୀୟ ଶନିବାର ଓ ରବିବାର ସହ ମିଳିଥିବାରୁ ସେଗୁଡ଼ିକ ଅବକାଶ ଭୋଗ ହେବ ନାହିଁ। ଏହା ଫଳରେ ସରକାରୀ କର୍ମଚାରୀଙ୍କ ପାଇଁ ୬ ଦିନ ଛୁଟି ‘ନଷ୍ଟ’ ହେବା ଅନିବାର୍ଯ୍ୟ ହୋଇଛି।ନୂଆଖାଇ ପାଇଁ ଦୁଇ ଦିନ ଅବକାଶସରକାର ଏଥିବେଳେ ନୂଆଖାଇ ପାଇଁ ବିଶେଷ ଘୋଷଣା କରିଛି। ଆସନ୍ତା ବର୍ଷ ସେପ୍ଟେମ୍ବର ୧୫ (ସୋମବାର) ତାରିଖରେ ନୂଆଖାଇ ଓ ୧୬ ତାରିଖ (ମଙ୍ଗଳବାର) ଦିନକୁ ମଧ୍ୟ ସରକାର ଛୁଟି ଘୋଷଣା କରିଛି।

ଏହା ଫଳରେ ପଶ୍ଚିମ ଓଡ଼ିଶା ସହ ରାଜ୍ୟର ସମସ୍ତ ସ୍ଥାନରେ ଉତ୍ସବମୁଖର ମାହୋଲ ରହିବ। ବର୍ଷର ୨୯ ଛୁଟିରୁ ୫ଦିନ ରବିବାର ଓ ଗୋଟିଏ ଦିନ ଦ୍ୱିତୀୟ ଶନିବାର ପଡୁ଼ଛି। ଫେବ୍ରୁଆରୀ ୧୫ ତାରିଖରେ ମହା ଶିବରାତ୍ରି ଥିବା ବେଳେ ଏହି ଦିନ ରବିବାର ପଡୁ଼ଛି। ଜୁନ୍ ୧୪ରେ ପହିଲି ରଜ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୨୫ରେ କୁମାର ପୂର୍ଣ୍ଣିମା ଓ ନଭେମ୍ବର ୮ରେ ଦୀପାବଳି ଆଦି ଛୁଟି ରବିବାର ଦିନ ପଡୁ଼ଛି। ସେହିପରି ଅକ୍ଟୋବର ୧୦ରେ ମହାଳୟା ଦ୍ୱିତୀୟ ଶନିବାର ପଡୁ଼ଛି। ଫଳରେ ସରକାରୀ କର୍ମଚାରୀଙ୍କ ୬ ଦିନ ଛୁଟି ନଷ୍ଟ ହେଉଛି।

Leave a Reply

Your email address will not be published. Required fields are marked *