ନ୍ୟୁଜ ଡେକ୍ସ: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ – cbseresults.nic.in ଏବଂ results.cbse.nic.in କୁ ଯାଇ ରେଜଲ୍ଟ ଦେଖିପାରିବେ।
ଚଳିତ ବର୍ଷ ୪୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀର ଫାଇନାଲ ପରୀକ୍ଷା ୪ ଏପ୍ରିଲରେ ଅନୁଷ୍ଠିତ ହୋଇଥିଲା। ସେହିପରି, ଭୁବନେଶ୍ୱର ଜୋନରେ ମୋଟ ୮୩.୬୪ପ୍ରତିଶତ ପାସହାର ରହିଥିବା ବେଳେ ସେଥିମଧ୍ୟରୁ ୭୭.୦୫ ପ୍ରତିଶତ ଛାତ୍ରୀ ରହିଛନ୍ତି ଏବଂ ୮୦.୭୭ପ୍ରତିଶତ ଛାତ୍ର ପାସ କରିଛନ୍ତି । ଚଳିତବର୍ଷ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୩୨ହଜାରରୁ ଅଧିକ ଛାତ୍ରଛାତ୍ରୀ ପାସ କରିଛନ୍ତି ।ଛାତ୍ରୀଛାତ୍ର ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ମାଧ୍ୟମରେ ରେଜଲ୍ଟ ଦେଖିପାରିବେ ।
ଏଥିସହ digilocker.gov.inରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ । ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ ।ଚଳିତ ବର୍ଷ ୧୬ଲକ୍ଷ ୩୩ହଜାର ୭୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ସେଥିମଧ୍ୟରୁ ୧୬ଲକ୍ଷ ୨୧ହଜାର ୨୨୪ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ୧୪ଲକ୍ଷ ୨୬ହଜାର ୪୨୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
