ନ୍ୟୁଜ ଡେକ୍ସ: IAS ରେଜଲ୍ଟ 2024 ପ୍ରକାଶ ପାଇଛି । ଟପ୍ପର ହେଲେ ଶକ୍ତି ଦୁବେ, ଦ୍ବିତୀୟରେ ରହିଛନ୍ତି ହର୍ଷିତା ଗୋୟଲ । ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଏଠାରେ କ୍ଲିକ୍ କରି ସେମାନଙ୍କର ଫଳାଫଳ ଦେଖିପାରିବେ । ମୋଟ୍ ୧୦୦୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଛି ।
ଏଥର ଓଡ଼ିଶାର ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାରେ ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି । ସେହିପରି, ୯୫ତମ ସ୍ଥାନରେ ଅଛନ୍ତି ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, ଦୀପ୍ତି ରଞ୍ଜନ ପତି ୧୬୪ତମ ସ୍ଥାନରେ, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ଆଶୁତୋଷ ମିଶ୍ର ୧୯୮ତମ ସ୍ଥାନରେ, ୨୧୨ରେ ଅନୁପ ନାୟକ, ୪୧୪ରେ ପଦ୍ମନାଭ ମିଶ୍ର, ୪୧୬ରେ ପ୍ରଶାନ୍ତ ମିଶ୍ର ଏବଂ ୪୨୮ ରାଙ୍କ୍ରେ ରହିଛନ୍ତି ଧ୍ରୁତିରାଜ ମିଶ୍ର ।
ତେବେ ଶକ୍ତି ଦୁବେ ଆଇଏଏସ୍-୨୦୨୪ର ଟପ୍ପର ହୋଇଛନ୍ତି । ସେହିପରି ଦ୍ଵିତୀୟ ସ୍ଥାନରେ ହର୍ଷିତା ଗୋୟଲ ଓ ତୃତୀୟରେ ରହିଛନ୍ତି ଡୋଙ୍ଗରେ ଅର୍ଚ୍ଚିତ ପରାଗ । ଚତୁର୍ଥରେ ଶାହ ମାର୍ଗି ଚିରାଗ, ଆକାଶ ଗର୍ଗ ପଞ୍ଚମ, କୋମଲ ପୁନିଆ ଷଷ୍ଠ, ଆୟୁଷୀ ବଂଶଲ ସପ୍ତମ, ରାଜ କ୍ରିଷ୍ଣା ଝା ଅଷ୍ଟମ, ଆଦିତ୍ୟ ବିକ୍ରମ ଅଗ୍ରଓ୍ବାଲ ନବମ ଓ ଦଶମରେ ମୟଙ୍କ ତ୍ରିପାଠୀ ରହିଛନ୍ତି ।
