Thu. Oct 23rd, 2025

ନ୍ୟୁଜ ଡେକ୍ସ: ସରକାରଙ୍କ ବର୍ଷେ ପୂର୍ତ୍ତି ଉପଲକ୍ଷେ ଖାଉଟିଙ୍କୁ ଭେଟି। ଯୋଗାଣ ବିଭାଗର ବଡ଼ ଉପହାର। ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର। ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦେବେ ସରକାର। ସବସିଡି ଦରରେ ମିଳିବ ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ।

ପାଇଲଟ୍ ପ୍ରୋଜେକ୍ଟ ଭାବେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା। ସାମିଲ ହେବେ ମଧ୍ୟବିତ୍ତ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ରଥମେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଏଥିରେ ସାମିଲ ହେବେ ମଧ୍ୟବିତ୍ତ।

ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଯୋଗ୍ୟତା ମାପଦଣ୍ଡ କ’ଣ ରହିବ ସେନେଇ ବିଭାଗ ଗାଇଡଲାଇନ ପ୍ରସ୍ତୁତ କରୁଛି। ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି। ତେବେ ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *