Thu. Oct 23rd, 2025

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀରେ ସାକ୍ଷାତ କଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସିପି ରାଧାକ୍ରିଷ୍ଣନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ, ଭୂପେନ୍ଦ୍ର ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।ସେପଟେ ଏନଡିଏ ପରେ ଏବେ ବିରୋଧି ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଘୋଷଣା କରିବାର ସମୟ ଆସିଛି।

ସଂସଦରେ ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ଯେଉଁଥିରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ।ଅନ୍ୟପଟେ ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ରାଧାକୃଷ୍ଣନଙ୍କ ନାମ ପ୍ରସ୍ତାବ ଦେଇଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ତାଙ୍କ ରାଜନୈତିକ ଏବଂ ସାମାଜିକ କାର୍ଯ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ନାମ ଘୋଷଣା ପରେ ସିପି ରାଧାକୃଷ୍ଣନ ଦିଲ୍ଲୀ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି।ସେପଟେ ବିରୋଧୀ ଦଳଗୁଡ଼ିକ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆମେ ଚାହୁଁଛୁ ପରବର୍ତ୍ତୀ ଉପରାଷ୍ଟ୍ରପତି ସର୍ବସମ୍ମତିକ୍ରମେ ନିର୍ବାଚିତ ହୁଅନ୍ତୁ । ଏଥିପାଇଁ ଆମେ ବିରୋଧୀ ନେତାମାନଙ୍କ ସହିତ ଯୋଗାଯୋଗ କରିଛୁ ।

Leave a Reply

Your email address will not be published. Required fields are marked *