Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଅବପାତରେ ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଉତ୍ତର ତାମିଲନାଡୁ, ପଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ଅଗ୍ରସର ହୋଇପାରେ । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି ।

ଗତ ୨ ଦିନ ହେବ ପ୍ରବଳ ବର୍ଷା ଲାଗି ରହିବା କାରଣକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ-କଲେଜ ଛୁଟି ଘୋଷଣା ହୋଇଛି। ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଆଜି ସ୍କୁଲ-କଲେଜ ଛୁଟି ରହିବ। ଏଥିସହ ଆଇଟି କମ୍ପାନୀ ଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଆସନ୍ତା ୧୮ ତାରିଖ ଯାଏ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍।

ତାମିଲନାଡୁର ଅନେକ ଜିଲ୍ଲାରେ ଗତ ୨୪ ଘଣ୍ଟା ହେବ ଦିନସାରା ବର୍ଷା ହେଉଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ବିଶେଷ କରି ଉତ୍ତର ତାମିଲନାଡୁରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *