Fri. Oct 24th, 2025

ନ୍ୟୁଜ ଡେକ୍ସ: ଇଡି ଜାଲରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ। କ୍ଷୀରୋଦଙ୍କ ଘରେ ଆଜି ଇଡି ଚଢ଼ାଉ କରିଛି। ୨୩୧ କୋଟି ଠକେଇ ଅଭିଯୋଗରେ ବଡ଼ଧରଣର ଇଡି ରେଡ୍ ହୋଇଥିବା ସୂଚନା ମିଳିଛି।

ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତଃ କ୍ଷୀରୋଦ ମଲ୍ଲିକଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି ।ପ୍ରମିଳା ମଲ୍ଲିକ ବର୍ତ୍ତମାନ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ବେଳେ ତାଙ୍କ ଭାଇ କ୍ଷୀରୋଦ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ ।

ତେବେ କ୍ଷୀରୋଦ ଏକାଧିକ ବ୍ୟାଙ୍କରୁ ୨୩୧ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ କ୍ଷୀରୋଦଙ୍କ ଘରେ ଚଢାଉ କରିଛି ଇଡି । ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଏକକାଳୀନ ରେଡ୍ କରୁଛି ଇଡି ।

Leave a Reply

Your email address will not be published. Required fields are marked *