ନ୍ୟୁଜ ଡେକ୍ସ: ଭତ୍ତା ଅନେକ ଅଭାବୀ ମଣିଷଙ୍କ ଆଶା । ଭତ୍ତାକୁ ନେଇ ଅନେକ ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି ସରକାର । ବର୍ତ୍ତମାନର ସରକାର ମଧ୍ୟ ସେହି ଭତ୍ତା ସ୍ଲୋଗାନ ଦେଇ ସରକାରକୁ ଆସିଛନ୍ତି । ହେଲେ ଏସବୁ ଏବେ ପ୍ରହେଳିକା । ନହେଲେ କଟକ ଜିଲ୍ଲାର ଜଣେ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହୋଇନଥାନ୍ତେ। ଫର୍ମ ଭରୁଛନ୍ତି।
ପରିଣତ ବୟସରେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି । କେବେ କଲେକ୍ଟର ଅଫିସ, ତ ଆଉ କେବେ କର୍ପେରେଟର ଅଫିସ କିନ୍ତୁ ଫଳ ଶୂନ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ମ୍ୟୁନିସିପାଲଟି, ୧ ନମ୍ୱର୍ ୱାର୍ଡ ର ହିତାଧିକାରୀ ରମେଶ ବେହେରା, ବୟସ – ୬୨ ବର୍ଷ । ବସିଲେ ଉଠି ପାରୁନାହାନ୍ତି । କୌଣସି କାର୍ଯ୍ୟ ମଧ୍ୟ କରୁନାହାନ୍ତି । ଘରେ ସ୍ବାମୀ, ସ୍ତ୍ରୀ ଓ ଦୁଇ ବଢିଲା ଝିଅ । ପରିଣତ ବୟସରେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ହିତାଧିକାରୀ ରମେଶ । ହେଲେ କର୍ପୋରେଟ ଭାନୁ ସେନାପତି, ୧ନମ୍ୱର୍ ୱାର୍ଡ ର କ୍ଲର୍କ ପ୍ରଜ୍ଞା ମିଶ୍ର ଓ ଉପଜିଲ୍ଲାପାଳ କହୁଛନ୍ତି ଭ୍ୟାକେନ୍ସି ହେଲେ ଭତ୍ତା ମିଳିବ। ନିଇତି ଦୌଡି ଦୌଡି ଆଶା ଛାଡ଼ିଲେଣି ହିତାଧିକାରୀ ରମେଶ , ହେଲେ ଫାଇଲ୍ ସ୍ଥିର, ଟିକେ ବି ଘୁଞ୍ଚୁନି କହିଲେ ଚଳେ ।
ସେପଟେ କର୍ପୋରେଟର ଭାନୁ ସେନାପତି ଓ ୧ ନମ୍ୱର୍ ୱାର୍ଡ ର କ୍ଲର୍କ ପ୍ରଜ୍ଞା ମିଶ୍ର କହୁଛନ୍ତି, ସମସ୍ତଙ୍କର ତାଲିକାରେ ନାଁ ରହିଛି କିନ୍ତୁ ଭ୍ୟାକେନ୍ସି ଆସିଲେ ହିଁ ଭତ୍ତା ମିଳିବ । ଗୋଟିଏ ପଟେ ସରକାର କହୁଛନ୍ତି, ଯେଉଁ ମାନଙ୍କର ବୟସ ୬୦ ଡେଇଁବ, ସେମାନେ ଆପେଆପେ ପେନ୍ସନ୍ ଭୁକ୍ତ ହୋଇଯିବା କଥା । ହେଲେ କଟକ ସେସବୁ ଖାଲି ଲୋକ ଦେଖାଣିଆ ବୋଲି ପ୍ରମାଣିତ ହୋଇଛି ।
