Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଧାନସଭା ବଜେଟ୍ ଅଧିବେଶନ । ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିଲା ଗୃହ । ତଥାପି ଚାଲିପାରିନଥିଲା ବିଧାନସଭା । ହଟ୍ଟଗୋଳ ଏବଂ ନାରାବାଜି ଲାଗି ବିଧାନସଭାକୁ ଅପରାହ୍ନ ୧୨ଟା ୦୯ ମିନିଟ୍ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ତେବେ ସୂଚନା ମୁତାବକ, ଆଜି ବିଧାନସଭା ଆରମ୍ଭହେବା ପରେ ପ୍ରଶ୍ନକାଳ ଆରମ୍ଭରୁ ହଟଗୋଳ ହୋଇଥିଲା।

ଗୃହରେ ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେଡିର ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ। ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ହଙ୍ଗାମା କରିଥିଲା। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ଓ କଂଗ୍ରେସ ବିଧାୟକମାନେ ହଙ୍ଗାମା କରିଥିଲେ।

ଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିବା ନେଇ ଘୋଷଣ କରିଥିଲେ।ନାରୀ ନିର୍ଯାତନା ଅଭିଯୋଗରେ କଂଗ୍ରେସର ନାରାବାଜି ଏବଂ ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ବିଜେଡି ହଙ୍ଗାମା କରିବାରୁ ଗୃହକୁ ମୁଲତବି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *