Mon. Dec 23rd, 2024

ନ୍ୟୁଜ ଡେକ୍ସ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବୁଧବାର ଦିନ କେରଳର ୱାୟନାଡରେ ହେବାକୁ ଥିବା ଲୋକସଭା ଉପନିର୍ବାଚନ ପାଇଁ ତାଙ୍କ ନାମାଙ୍କନପତ୍ରରେ ଦସ୍ତଖତ କରି ନିଜର ନିର୍ବାଚନୀ ଡେବ୍ୟୁ କରିଛନ୍ତି। ସେଠାରୁ ଲୋକସଭା ନିର୍ବାଚନରେ ଜିତିଥିବା ରାହୁଲ ଗାନ୍ଧୀ ସେହି ଆସନକୁ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ୱାୟାନାଡ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଜରୁରୀ ହୋଇପଡ଼ିଥିଲା।

ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ହେଭିୱେଟ ନେତା ଉପସ୍ଥିତ ଥିଲେ। ନିଜ ମା’ଙ୍କ ସହ ପ୍ରିୟଙ୍କା ଗତ ରାତିରେ ୱାୟନାଡରେ ପହଞ୍ଚିଥିଲେ। ସେଠାରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ବହୁ ଚର୍ଚ୍ଚା ଓ ଆଲୋଚନା କରିଥିଲେ। ଆଜି ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସମେତ ଦଳର ବହୁ ଆଗ ଧାଡ଼ିର ନେତା ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପରେ ପ୍ରିୟଙ୍କା ଓ ରାହୁଲ ଆଜି କଲ୍ଲେପଟ୍ଟା ନ୍ୟୁ ବସ୍‌ ଷ୍ଟାଣ୍ଡ ନିକଟରୁ ଏକ ରୋଡ ଶୋ’ କରିବେ ବୋଲି ଜଣାଯାଇଛି।

ପ୍ରିୟଙ୍କାଙ୍କ ପ୍ରାର୍ଥୀପତ୍ର ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି, “ୱାୟାନାଡର ଲୋକମାନେ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଏବଂ ମୁଁ ମୋ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଅପେକ୍ଷା ସେମାନଙ୍କ ପାଇଁ ଏକ ଭଲ ପ୍ରତିନିଧୀ କଳ୍ପନା କରିପାରିବି ନାହିଁ। ମୁଁ ନିଶ୍ଚିତ ଯେ ସେ ଜଣେ ଉତ୍ସାହୀ ଚାମ୍ପିଅନ୍ ହେବେ। ୱାୟାନାଡର ଆବଶ୍ୟକତାକୁ ନେଇ ସଂସଦରେ ଏକ ଶକ୍ତିଶାଳୀ ସ୍ୱର ପାଲଟିବେ ସେ।’’ ୱାୟାନାଡ୍ ଉପ-ନିର୍ବାଚନ ପାଇଁ ଭୋଟ୍ ନଭେମ୍ବର ୧୩ ତାରିଖରେ ହେବ ଏବଂ ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣନା କରାଯିବ।

Leave a Reply

Your email address will not be published. Required fields are marked *