Sat. Feb 21st, 2026

ନ୍ୟୁଜ ଡେକ୍ସ : ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମହିଳା ପରୀକ୍ଷାର୍ଥୀ ଅଛନ୍ତି । ସେହିପରି ଅନନ୍ୟା ମିଶ୍ର ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ଶୋଭନ ପଟ୍ଟନାୟକ ୩ୟ ସ୍ଥାନରେ ରହିଛନ୍ତି । କୃତକାର୍ଯ୍ୟ ହୋଇଥିବା ମୋଟ ୩୮୯ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ଝିଅ ରହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ମିର୍ଜା ଫୟେଜ ଅହମ୍ମଦ କାଦରି ୪ର୍ଥ ସ୍ଥାନରେ ଥିବାବେଳେ, ୫ମ ସ୍ଥାନରେ ଚିନ୍ମୟ ସାହୁ, ଷଷ୍ଠ ସ୍ଥାନରେ ଅନ୍ତିମ ସ୍ଵାଇଁ, ସପ୍ତମରେ ଶୈଳେଶ ଭୋଇ, ଅଷ୍ଟମରେ ମହମ୍ମଦ ନାଜିଫ ହାତିଫ, ୯ମରେ ଚିନ୍ମୟ କୁମାର ପାଢ଼ୀ ଏବଂ ଦଶମ ସ୍ଥାନରେ ମିଲନ ମହାପାତ୍ର ରହିଛନ୍ତି ।

Leave a Reply

Your email address will not be published. Required fields are marked *