Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ପକ୍ଷରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହାୟତା ପାଇଁ ବଡ଼ ଖୁସି ଖବର ଆସିଛି। ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ଆଗରୁ ମିଳୁଥିବା ₹10,500 ଟଙ୍କାକୁ ବୃଦ୍ଧି କରି ଏବେ ₹16,000 ଟଙ୍କା କରାଯାଇଛି।

ସେହିପରି “ଅନ୍ୱେଷା ଯୋଜନା” ଅନ୍ତର୍ଗତ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ₹17,000 ଟଙ୍କା ସ୍କଲାରସିପ୍ ଦିଆଯିବ।ପୋଷ୍ଟ ମାଟ୍ରିକ୍ ସ୍ତରରେ ପଢ଼ୁଥିବା ଛାତ୍ରମାନଙ୍କୁ ₹16,000 ଓ ଛାତ୍ରୀମାନଙ୍କୁ ₹17,000 ଟଙ୍କା ମିଳିବ। ଏହି ବୃଦ୍ଧି ନିଷ୍ପତ୍ତି ଫଳରେ ରାଜ୍ୟର ହଜାରୋ ଛାତ୍ରଛାତ୍ରୀ ଲାଭାନ୍ବିତ ହେବେ ବୋଲି ସରକାର ଆଶା ବ୍ୟକ୍ତ କରିଛି।

ଶିକ୍ଷା ବିଭାଗ ମଧ୍ୟ ଏହାକୁ ଏକ ସକାରାତ୍ମକ ପଦକ୍ଷେପ ବୋଲି ଅଭିହିତ କରିଛି ଯାହା ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଅଧିକ ଉତ୍ସାହ ଦେବ।

Leave a Reply

Your email address will not be published. Required fields are marked *