ନ୍ୟୁଜ ଡେକ୍ସ: ଖାରବେଳ ଥାନା ଅଞ୍ଚଳରେ ହୋଇଥିବା ଅପହରଣ ଘଟଣାର ପର୍ଦ୍ଦାଫାଶ ହୋଇଛି । ଅପହୃତ ଯୁବକକୁ ଭରତପୁର ଅଞ୍ଚଳର ଏକ ହୋଟେଲରୁ ଉଦ୍ଧାର କଲା ଖାରବେଳନଗର ଥାନା ପୋଲିସ । ଅପହୃତ ଯୁବକ ହେଲେ ଜଗତସିଂହପୁର ଅଞ୍ଚଳର ସୋମନାଥ ସ୍ବାଇଁ ବୋଲି ଜଣାପଡ଼ିଛି ।
ପ୍ରେମିକକୁ ଅପହରଣ ଅଭିଯୋଗରେ ପ୍ରେମିକା ସମେତ ୫ ଗିରଫ ହୋଇଛନ୍ତି । ସୂଚନାମୁତାବକ, ସୋମନାଥ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ନିଜ ପ୍ରେମିକାଙ୍କ ସହ ଲିଭଇନ୍ରେ ରହୁଥିଲେ । ଏପଟେ ସୋମନାଥଙ୍କ ସହ ଲିଭଇନ୍ରେ ରହୁଥିବା ବେଳେ ଯୁବତୀଙ୍କ ଜଣଙ୍କ ଅନ୍ୟ ଯୁବକଙ୍କ ସହିତ ସଂପର୍କ ରଖୁଥିଲେ । ଯାହା ବିଷୟରେ ଖବର ପାଇଥିଲେ ସୋମନାଥ । ପ୍ରେମିକାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟର ବଚସା ମଧ୍ୟ ହୋଇଥିଲା । ଏ ସଂପର୍କରେ ପ୍ରେମିକା ନିଜ ଭଉଣୀକୁ ଜଣାଇଥିଲେ । ଏହାପରେ ଭଉଣୀର ପ୍ରେମିକଙ୍କ ସହିତ ମିଶି ନିଜ ବୟଫ୍ରେଣ୍ଡକୁ ଅପହରଣ କରିଥିଲେ ।
ସୋମନାଥଙ୍କୁ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ରଖିଥିଲେ ।ବାସ୍ ଏତିକି ନୁହେଁ ସୋମନାଥଙ୍କୁ ଅପହରଣ କରି ତାଙ୍କ ଘର ଲୋକଙ୍କ ଠାରୁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ସୋମନାଥଙ୍କ ପରିବାର ପକ୍ଷରୁ ଖାରବେଳ ନଗର ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଅଭିଯୋଗର ତଦନ୍ତ କରି ଖୋଳତାଡ ଆରମ୍ଭ କରିଥିଲା ।
