ନ୍ୟୁଜ ଡେକ୍ସ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମ ଦିନରେ ତ୍ରିବେଣୀ ସଙ୍ଗମରେ ପ୍ରାୟ ୫୦ ଲକ୍ଷ ଲୋକ ବୁଡ଼ ପକାଇଛନ୍ତି। ୨୬ ଫେବ୍ରୁଆରୀ ଯାଏ ଚାଲିବାକୁ ଥିବା ଏହି ମେଳାରେ ୪୫ କୋଟି ଲୋକଙ୍କ ଆଗମନ ହେବା ଆଶଙ୍କା ରହିଛି। ଏହାଦ୍ୱାରା ମାଲାମାଲ ହେବ ଉତ୍ତର ପ୍ରଦେଶ। ବଢ଼ିବ ରାଜସ୍ୱ।
ଦେଢ଼ ମାସ ଧରି ଚାଳିବାକୁ ଥିବା ଏହି ମହାକୁମ୍ଭରେ ମୋଖ୍ୟର ସନ୍ଧାନ ଲାଗି ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ ସାମିଲ୍ ହେବା ନେଇ ଆଶା କରାଯାଉଛି । ଏଥିଲାଗି ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ଭବ୍ୟ ଆୟୋଜନ କରିଯାଇଛି । ମହାକୁମ୍ଭ ମେଳାର ବଜେଟ୍ ୬,୩୮୨ କୋଟି ରହିଥିବା ବେଳେ ଭିତ୍ତିଭୂମି ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ପାଇଁ ୫, ୬୦୦ କୋଟି ଟଙ୍କା ଆବଣ୍ଟନ ହୋଇସାରିଛି ।ତ୍ରିବେଣୀ ସଂଗମ ମହାକୁମ୍ଭ ଧାର୍ମିକ ସହିତ ଆର୍ଥିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୧୮୮୨ରେ ପ୍ରୟାଗରାଜର ଆସ୍ଥାର ସ୍ଥଳିରେ ପ୍ରଥମ ମହାକୁମ୍ଭ ଆୟୋଜନ ହୋଇଥିଲା । ସେତେବେଳେ ଏହାର ବଜେଟ୍ ଥିଲା ୨୦ହଜାର ୨୨୮ ଟଙ୍କା । ପ୍ରାୟ ୮ ଲକ୍ଷ ଶ୍ରଦ୍ଧାଳୁ ସଂଗମ ସ୍ଥଳରେ ପହଞ୍ଚିଥିଲେ । ତତ୍କାଳୀନ ସରକାରଙ୍କୁ ଏଥିରୁ ୪୯ ହଜାର ୮୪୦ ଟଙ୍କାର ଟିକସ ମିଳିଥିଲା । ୧୮୯୪ରେ ଏହି ବଜେଟ୍ ପ୍ରାୟ ୩ ଗୁଣା ପାର୍ କରିଯାଇଥିଲା । ସେତେବେଳେ ୬୯, ୪୨୭ ଟଙ୍କା ଖର୍ଚ୍ଚ ହୋଇଥିଲା ।
କୁମ୍ଭରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶାହି ସାନ୍ନ ପକାଇଥିଲେ । ୧୯୦୬ରେ କୁମ୍ଭମେଳା ଖର୍ଚ୍ଚ ବାବଦକୁ ତତ୍କାଳୀନ ୟୁପି ସରକାର ଖର୍ଚ୍ଚ କରିଥିଲେ ପ୍ରାୟ ୯୦ ହଜାର ଟଙ୍କା । ଏହା ଆଜିର ଦିନରେ ପାଖାପାଖି ୧୩.୫ କୋଟି ଟଙ୍କା ସହିତ ସମାନ । ୧୯୧୮ ବେଳକୁ କୁମ୍ଭ ଭବ୍ୟ ସ୍ବରୂପ ବଦଳିଯାଇଥିଲା । ମେଳା ଆୟୋଜନ ପାଇଁ ୧.୩୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତ୍ରିବେଣୀ ସଂଗମରେ ୩୦ ଲକ୍ଷ ସାଧୁସନ୍ଥ, ଶ୍ରଦ୍ଧାଳୁ ପହଞ୍ଚି ମୋକ୍ଷ ପ୍ରାପ୍ତି ପାଇଁ ଶ୍ରଦ୍ଧାର ବୁଡ଼ କରାଇଥିଲେ ।
