Sat. Feb 21st, 2026

ନ୍ୟୁଜ ଡେସ୍କ: ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ଗଞ୍ଜାମ ଜିଲ୍ଲା ଖଡ଼ାସିଙ୍ଗ ସ୍ଥିତ ରୋଲାଣ୍ଡ ଫାର୍ମାସୀ କଲେଜ୍ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତ ଛାତ୍ରୀଜଣକ ହେଲେ ପୁରୀ କୃଷ୍ଣ ପ୍ରସାଦ ଅଞ୍ଚଳର ୧୯ ବର୍ଷୀୟ ଋତୁପୂର୍ଣ୍ଣା ଦାଶ।

ସେ ରୋଲାଣ୍ଡ ଫାର୍ମାସୀ କଲେଜରେ ଡି ଫାର୍ମାର ଦ୍ଵିତୀୟ ବର୍ଷ ଛାତ୍ରୀ ଥିଲେ। ଅଭିଯୋଗ ଅନୁସାରେ ରୋଲାଣ୍ଡ ଫାର୍ମାସୀ କଲେଜରେ ଋତୁପର୍ଣ୍ଣା ପଢ଼ୁଥିବା ଜଣେ ଯୁବକ କିଛି ଦିନ ହେବ ତାଙ୍କୁ ଫୋନ୍‌ କରି ଧମକଚମକ ଦେଉଥିଲା l ଗତକାଲି ରାତିରେ ଯୁବକ ଜଣଙ୍କ ହଷ୍ଟେଲ ୱାର୍ଡେନଙ୍କୁ ଫୋନ୍‌ କରି ଋତୁପୂର୍ଣ୍ଣା ଅସୁସ୍ଥ ଥିବାରୁ ସେଠାକୁ ଯାଇ ଦେଖିବାକୁ କହିଥିଲେ । ଏହାପରେ ୱାର୍ଡେନ ଋତୁପୂର୍ଣ୍ଣା ରୁମରେ ପହଞ୍ଚି କବାଟ ଖୋଲିବାରୁ ଯୁବତୀଙ୍କୁ ଝୁଲନ୍ତା ମୃତ ଦେହ ଦେଖିଥିବା ନେଇ କହିଛନ୍ତି ହଷ୍ଟେଲ ୱାର୍ଡେନ l

ସେପଟେ ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ୱାର୍ଡେନ ପରିବାର ଲୋକଙ୍କୁ ଫୋନ୍‌ କରି ଝିଅ ଅସୁସ୍ଥ ଥିବା କହିଥିଲେ। ପରିବାର ଲୋକେ ସକାଳେ ହଷ୍ଟେଲରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ।

Leave a Reply

Your email address will not be published. Required fields are marked *