Thu. Feb 26th, 2026

ନ୍ୟୁଜ ଡେକ୍ସ : ଆସନ୍ତା ଫେବୃଆରୀ ୧୭ ତାରିଖରେ ଘଟିବାକୁ ଯାଉଛି ଏକ ବିରଳ ମହାଜାଗତିକ ଘଟଣା। ଏହି ଦିନ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟକୁ ପ୍ରାୟ ୯୬ ପ୍ରତିଶତ ଚନ୍ଦ୍ର ଗ୍ରାସ କରିବ। ସୂର୍ଯ୍ୟର ଅବଶିଷ୍ଟ ଅଂଶ ଏକ ରିଙ୍ଗ ବା ମୁଦି ସଦୃଶ ଆକୃତିରେ ଦୃଶ୍ୟମାନ ହେବ, ଯାହାକୁ ‘ରିଙ୍ଗ ଅଫ୍ ଫାୟାର’ ବୋଲି କୁହାଯାଏ।ମାତ୍ର ୨ ମିନିଟ ୨୦ ସେକେଣ୍ଡ ପାଇଁ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ।

ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନାକୁ ଆସିବ, କିନ୍ତୁ ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଢାକି ପାରିବ ନାହିଁ। ଚନ୍ଦ୍ର ପୃଥିବୀଠାରୁ ଅଳ୍ପ ଦୂରରେ ଥିବାରୁ ସୂର୍ଯ୍ୟ ତୁଳନାରେ ଛୋଟ ଦେଖାଯିବ ଏବଂ ସୂର୍ଯ୍ୟର ଧାରକୁ ଘେରି ଉଜ୍ଜ୍ୱଳ ଆଲୋକର ଏକ ବଳୟ ଦେଖାଯିବ।

ଏହି ଅଦ୍ଭୁତ ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଗ୍ରାସ କରିବା ପରିବର୍ତ୍ତେ ପ୍ରାୟ ୯୬ ପ୍ରତିଶତ ଅଂଶକୁ ଘୋଡ଼ାଇ ରଖିବ। ଫଳରେ ଆକାଶରେ ଏକ ଅପୂର୍ବ ଓ ବିରଳ ଦୃଶ୍ୟ ଦେଖିବ ବିଶ୍ୱ।ତେବେ ଏହି ମହାଜାଗତିକ ଦୃଶ୍ୟ ମାତ୍ର ଆଣ୍ଟାର୍କଟିକା ଅଞ୍ଚଳରେ ୨ ମିନିଟ ୨୦ ସେକେଣ୍ଡ ପାଇଁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *