Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସୂଚନା ଅନୁଯାୟୀ, ଫେବ୍ରୁଆରି ୨ ତାରିଖରେ ସେ ଭୁବନେଶ୍ବରରେ ପହଞ୍ଚିବେ।ଫେବ୍ରୁଆରି ୩ ତାରିଖରେ ସେ ବାଲେଶ୍ବର ଜିଲ୍ଲାର ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ଏହି କାର୍ଯ୍ୟକ୍ରମ ରେମୁଣା ନୂଆପାଢ଼ି ସ୍ଥିତ ନୂତନ କ୍ୟାମ୍ପସ୍ରେ ଆୟୋଜିତ ହେବ ଏବଂ ରାଷ୍ଟ୍ରପତି ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ।ଫେବ୍ରୁଆରି ୪ ତାରିଖରେ ସେ ଯାଜପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା’ ବିରଜାଙ୍କ ଦର୍ଶନ କରିବେ।ତା’ପରେ ଫେବ୍ରୁଆରି ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହି ସମୟରେ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି।ଏହି ଗସ୍ତ ପରେ ରାଷ୍ଟ୍ରପତି ପୁନଃ ଭୁବନେଶ୍ବର ଫେରି ଛତିଶଗଡ଼ ଯିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *