Thu. Oct 23rd, 2025

ନ୍ୟୁଜ ଡେକ୍ସ: ମହିଳାଙ୍କ ପାଇଁ ଗୁଡ୍ ନ୍ୟୁଜ । ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାଜପୁରରୁ ଏହାର ଶୁଭାରମ୍ଭ ହେବ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

୩ ଓ ୪ ତାରିଖରେ ବ୍ୟାଙ୍କ ଯାଇ ଏନପିସିଆଇ ଚେକ୍‌ କରିପାରିବେ । ଏଥିସହ ଛୋଟ ଛୋଟ ସମସ୍ୟାକୁ ବ୍ୟାଙ୍କ ଯାଇ ତୁରନ୍ତ ସମାଧାନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ୪ର୍ଥ ପର୍ଯ୍ୟାୟରେ ୧ କୋଟି ଟପିପାରେ ହିତାଧିକାରୀ ସଂଖ୍ୟା । ଫେବ୍ରୁଆରୀରେ ଯଦି ବଞ୍ଚିତ ହୁଅନ୍ତି, ଯାଞ୍ଚ କରିବାର ମାସେ ସମୟ ରହିଛି ।

ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚକରି ତଥ୍ୟ ଦାଖଲ କଲେ ଟଙ୍କା ପାଇପାରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ୩ୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିସାରିଛି । ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଉଛି।

Leave a Reply

Your email address will not be published. Required fields are marked *