ନ୍ୟୁଜ ଡେକ୍ସ : ଆସନ୍ତା ୨୦୨୬ ଫେବ୍ରୁଆରୀ ୮ ତାରିଖରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET)। ଏନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ପକ୍ଷରୁ ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଛି।ପରୀକ୍ଷା ଦେଶର ୧୩୨ଟି ସହରରେ ଆୟୋଜିତ ହେବ ଓ ୨୦ଟି ଭାଷାରେ ପରୀକ୍ଷା ହେବ।
ପରୀକ୍ଷାର୍ଥୀମାନେ ନିଜସ୍ୱ ସୁବିଧାନୁସାରେ ଭାଷା ଚୟନ କରିପାରିବେ।ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା — ଯଥା ସିଲାବସ୍, ଯୋଗ୍ୟତା ମାନଦଣ୍ଡ, ଫି, ପରୀକ୍ଷା କେନ୍ଦ୍ର ଓ ଆବେଦନ ପ୍ରକ୍ରିୟା — ଖୁବ୍ ଶୀଘ୍ର ସିଟିଇଟିର ଅଫିସିଆଲ୍ ୱେବସାଇଟ୍ https://ctet.nic.in ରେ ପ୍ରକାଶିତ ହେବ। ପେପର ୧: ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠଦାନ କରିବାକୁ ଇଚ୍ଛୁକ ଅଭ୍ୟର୍ଥୀଙ୍କ ପାଇଁ।
ପେପର ୨: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠଦାନ ପାଇଁ।ପ୍ରତ୍ୟେକ ପେପରରେ ୧୫୦ ମାର୍କର ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ (MCQ) ଥିବ ଓ ନେଗେଟିଭ୍ ମାର୍କିଙ୍ଗ୍ ନଥାଏ।ସୂଚନାଯୋଗ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ସ୍କୁଲଗୁଡ଼ିକରେ ଶିକ୍ଷକ ହେବା ପାଇଁ ସିଟିଇଟି ପାସ୍ କରିବା ବାଧ୍ୟତାମୂଳକ ରହିଛି।

