ନ୍ୟୁଜ ଡେକ୍ସ : ବକ୍ସ ଅଫିସରେ ଧୂରନ୍ଧର ଫିଲ୍ମ ଜବରଦସ୍ତ ଝଡ଼ ସୃଷ୍ଟି କରିଛି। ମୁକ୍ତି ପାଇବା ସହିତ ସହିତ ଫିଲ୍ମଟି ଦର୍ଶକଙ୍କ ମନ ଜିତିନେଇଥିବା ବେଳେ, ଏହାର ପ୍ରତ୍ୟେକ ସିନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ ପାର୍ଟର ରୋମାଞ୍ଚ ଏଯାଏଁ ପ୍ରଶଂସକଙ୍କ ମନରୁ ମିଛିନଥିବା ସମୟରେ ଏବେ ଧୂରନ୍ଧର ପାର୍ଟ–୨କୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି।
ଏହି ମଧ୍ୟରେ ଫିଲ୍ମର ମୁଖ୍ୟ ଅଭିନେତା ନବୀନ କୌଶିକ ପାର୍ଟ–୨କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମ ପାର୍ଟ ତୁଳନାରେ ଦ୍ୱିତୀୟ ପାର୍ଟ ଅଧିକ ଧମାକାଦାର ହେବ। ଦର୍ଶକଙ୍କ କଳ୍ପନାଠାରୁ ପ୍ରାୟ ୫୦ ଗୁଣ ଅଧିକ ରୋମାଞ୍ଚ, ରହସ୍ୟ ଓ ଆକ୍ସନ ପାର୍ଟ–୨ରେ ଦେଖିବାକୁ ମିଳିବ ବୋଲି ସେ ଦାବି କରିଛନ୍ତି।ତେବେ ନବୀନ କୌଶିକ ସ୍ପଷ୍ଟ କରିଛନ୍ତି ଯେ ସେ ଧୂରନ୍ଧର ପାର୍ଟ–୨ର ଅଂଶ ହେବେ ନାହିଁ।
ତଥାପି ଖୁବ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି। ଫିଲ୍ମରେ ‘ଡୋଙ୍ଗା’ ଭୂମିକାରେ ଦର୍ଶକଙ୍କ ଭଲପାଇବା ପାଇଥିବାରୁ ସେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏହା ତାଙ୍କ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ। ଉଲ୍ଲେଖଯୋଗ୍ୟ ଯେ, ଧୂରନ୍ଧର ଫିଲ୍ମ ଖୁବ କମ ସମୟ ମଧ୍ୟରେ ୬୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିସାରିଛି। ଆଗାମୀ ଦିନରେ ଏହି ଫିଲ୍ମ ଆହୁରି ନୂଆ ରେକର୍ଡ ଭାଙ୍ଗିବ ବୋଲି ସିନେମା ପଣ୍ଡିତମାନେ ଆଶା ପ୍ରକାଶ କରୁଛନ୍ତି।

