Thu. Oct 23rd, 2025

ନ୍ୟୁଜ ଡେକ୍ସ: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୧୦ରୁ ୧୭ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୧୩ରୁ ୧୫ ତାରିଖ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ୧୬ ଓ ୧୭ରେ ୫ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ତା’ପରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ କହିଛି। ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ପାରଳାଖେମୁଣ୍ଡି ଓ ରାଉରକେଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ହୋଇପାରେ। ଏପ୍ରିଲ ୭ରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହାଲୁକା ବର୍ଷା ହୋଇପାରେ। ଏପ୍ରିଲ ୮ରେ ବାଲେଶ୍ୱର, ଭଦ୍ରକ, ଜୟପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷା ଆସିବ। ସନ୍ଧ୍ୟା ୮ଟା ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ୩୦-୪୦ କିମି ବେଗରେ ପବନ ହୋଇପାରେ। ଲୋକଙ୍କୁ ସୁରକ୍ଷିତ ଜାଗାକୁ ଯିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ୧୬ ଓ ୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ଓ ଦକ୍ଷିଣ ଆଭ୍ୟନ୍ତରଣରେ କାଁ ଭାଁ ବର୍ଷା ହୋଇପାରେ । ଅନେକ ସ୍ଥାନରେ ୮ ଓ ୯ ତାରିଖରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ବଢ଼ିବ । ୧୦ରେ ଅଳ୍ପ ସ୍ଥାନରେ କମିବ । ବଲାଙ୍ଗିର, କଳାହାଣ୍ଡି, ସୋନପୁର, ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ୧୪ ତାରିଖ ଅର୍ଥାତ୍ ପଣା ସଂକ୍ରାନ୍ତିଠାରୁ ରାଜ୍ୟରେ ତାପମାତ୍ରା କମିପାରେ । ଉପକୂଳରେ ଗୁଳଗୁଳି ବଢ଼ିବ । ୧୩ ଓ ୧୪ରେ ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *